ମହାପୁରୁଷଙ୍କୁ ନେଇ ଗୃହରେ ଉଦବେଗ

add-all

ଭୁବନେଶ୍ବର ୩୦।୭: ବିଧାନସଭା ପ୍ରଶ୍ନକାଳରେ ମହାପୁରୁଷମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ, ବାଲିଅନ୍ତା ନିକୁଞ୍ଜ ବିହାରୀ, କଟକ କାଠଯୋଡ଼ିରେ ସଭା, ଭଦ୍ରକ, କେନ୍ଦ୍ରାପଡ଼ା ଓ କାଳିମାଟି ଯାଇ ତାଙ୍କ ଛବି ଛାଡି ଯାଇଛନ୍ତି ।

ସେଗୁଡିକରେ ଗାନ୍ଧୀ ସର୍କିଟ୍ କେବେ ପ୍ରତିଷ୍ଠା କରାଯିବ କିମ୍ବା କ’ଣ କରଯାଇଛି ବୋଲି ପ୍ରଶ୍ନ କରିଛନ୍ତି ।

ସେହିଭଳି ଓଡ଼ିଶାର ପଞ୍ଚସଖାଙ୍କର ପଞ୍ଚଦଶ ଶତାବ୍ଦୀରେ ସାମାଜିକ ସଂସ୍କାରରେ ବହୁତ ଅବଦାନ ରହିଛି । ଅଚ୍ୟୁତ, ଅନନ୍ତ, ଯଶଓ୍ବନ୍ତ, ବଳରାମ ଓ ଜଗନ୍ନାଥ ଦାସ ରାଜ୍ୟସାରା ସାମାଜିକ ସଂସ୍କାରର କାର୍ଯ୍ୟ କରିଛନ୍ତି। ତେବେ ରାଜ୍ୟର ଟେକ ରଖିବା ପାଇଁ ସବୁ ପୂର୍ବପୁରୁଷଙ୍କ ଆଶ୍ରମ ରହିଛି। ଆଜିର ଓଡ଼ିଶାକୁ ଯଦି ଆମେ ଦେଖିବା ସେହିମାନଙ୍କର ସଂସ୍କାର ପାଇଁ ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ହୋଇଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭେଦ ଭାବ ନାହିଁ । ଏହା କେବଳ ଏହି ଗୁରୁମାନଙ୍କୁ ନେଇ ହୋଇପାରିଛି। ଏମାନଙ୍କୁ ନେଇ ଏକ ପଞ୍ଚସଖା ସର୍କିଟ ହେବ ଦରକାର। ପର୍ଯ୍ୟଟନ ଦୃଷ୍ଟିରୁ ଏବଂ ଆନ୍ତରିକତା ଭାବମୂର୍ତ୍ତି ରାଜ୍ୟର ଜଣାପଡ଼ିବ। ଏନେଇ ପର୍ଯ୍ୟଟନ ବିଭାଗ କ’ଣ କରିଛି ଆଉ କ’ଣ କରିବ ସେ ନେି ମଧ୍ୟ ପ୍ରଶ୍ନ ଉଠିଛି ।

ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵନୀ ପାତ୍ର କହିଛନ୍ତି,ମମହାପୁରୁଷମାନଙ୍କୁ ନେଇ ଗୃହରେ ଉଠିଥିବା ପ୍ରସଙ୍ଗ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସର୍କିଟ ଓ ପଞ୍ଚସଖାଙ୍କୁ ନେଇ ବିଭାଗ ପକ୍ଷରୁ ଯାହା ହେବ କରାଯିବ । ସମସ୍ତ ସଦସ୍ୟଙ୍କ ମତ ନେଇ କାର୍ଯ୍ୟକୁ ଆଗେଇ ନିଆଯିବ।

ad-week
Leave A Reply

Your email address will not be published.