ବିଜେପିର ଘୋଷଣା: ଜୟନାରାୟଣ ମିଶ୍ର ‌ହେଲେ ବିରୋଧୀ ଦଳ ନେତା

add-all

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଘୋଷଣା କରାଯାଇଛି । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ ଦୀର୍ଘକାଳୀନ ଅସୁସ୍ଥତା ହେତୁ ତାଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଭାବେ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏଇ ଘୋଷଣା କରିଛନ୍ତି।
ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଦଳ ମୋ ଉପରେ ବିଶ୍ବାସ କରିଛି। ମୋ ଉପରେ ଦାୟିତ୍ବ ଦେଇଛି। ମୁଁ ମୋର ଦାୟିତ୍ବ ଠିକ୍‌ ଭାବେ ତୁଲାଇବି। ବିରୋଧୀ ଦଳ ନେତା ଭାବେ ଓଡ଼ିଶାର ସ୍ବରକୁ ବିଧାନସଭାରେ ପହଞ୍ଚାଇବି।

ad-week
Leave A Reply

Your email address will not be published.