ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର, ଜେଲ୍ ୱାର୍ଡର ନିଲମ୍ଵିତ

add-all

ଝାରସୁଗୁଡ଼ା, ୩୧/୦୭ : ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରଧୀନ କଏଦୀ ଫେରାର। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଇନ୍ଦ୍ରଜିତ ସାହାଣୀ ଶନିବାର ଭୋରରେ ଫେରାର ମାରିଛି। ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜେଲ ଅଧିକ୍ଷକ ଜଣେ ୱାର୍ଡର କିରଣ କୁମାର ଯୋଶୀଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାନୁଯାୟୀ, ଏକ ଟ୍ରକ ଚୋରୀ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ବିହାର ଅଞ୍ଚଳର ଇନ୍ଦ୍ରଜିତ ସାହାଣୀକୁ ୨୬ ତାରିଖରେ ଓରିଏଣ୍ଟ ଥାନା ପୋଲିସ ଗିରଫ କରି ଜେଲ ପଠାଇଥିଲା। ୨୭ ତାରିଖରେ ଇନ୍ଦ୍ରଜିତର ଛାତିରେ ଯନ୍ତ୍ରଣା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.