ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ

add-all

ଭୁବନେଶ୍ୱର: ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ଏସିଡ୍‌ ପିଇ ଦେଇଥିବା ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥା ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି। ଲକ୍ଷ୍ମୀ ସାଗର ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଆପର୍ଟମେଣ୍ଟରେ ରହୁଥିଲେ ଲୁଗା ବ୍ୟବସାୟୀ ସଞ୍ଜୟ ପେରିୱଲ୍‌ ଓ ତାଙ୍କ ପତ୍ନୀ ସଞ୍ଜୁ।

ବୁଦ୍ଧେଶ୍ୱର କଲୋନୀରେ ସଞ୍ଜୟଙ୍କର ଏକ ଲୁଗା ଦୋକାନ ଥିଲା। ସବୁଦିନ ପରି ଜୁଲାଇ ୧୫ ତାରିଖ ସକାଳେ ମଧ୍ୟ ସେ ଦୋକାନକୁ ଯାଇଥିଲେ। ତାଙ୍କ ପଛେ ପଛେ ସଞ୍ଜୁ ଦୋକାନକୁ ଯିବାର ଥିଲା। କିନ୍ତୁ ସେ ଯାଇ ନଥିଲେ। ଏହା ପରେ ଦିନ ପ୍ରାୟ ୧୧ଟା ବେଳେ ସେ ସଞ୍ଜୁଙ୍କୁ ଫୋନ୍ କରିଥିଲେ ସଞ୍ଜୟ। ମାତ୍ର ସେ ଫୋନ୍‌ ଉଠାଇ ନଥିଲେ।

ସଞ୍ଜୁ ଫୋନ୍‌ ଉଠାଉନଥିବା କଥା ସଞ୍ଜୟ ତାଙ୍କ ଶଳା ଓ ପୁତୁରାଙ୍କୁ କହିଥିଲେ। ଏହା ପରେ ସଞ୍ଜୟ ଓ ତାଙ୍କ ପୁତୁରା ଘରେ ପହଞ୍ଚିଥିଲେ। ସେତେବେଳକୁ ସଞ୍ଜୁ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏହା ଦେଖି ମାନସିକ ଭାରସାମ୍ୟ ହରାଇଥିଲେ ସଞ୍ଜୟ। ସେ ଘଟଣା ସଂପର୍କରେ କମିଶରେଟ୍‌ ପୁଲିସ୍‌କୁ ଖବର ଦେବା ପରେ ପାଇଖାନାକୁ ଯାଇ ଏସିଡ୍‌ ପିଇ ଦେଇଥିଲେ। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସେତେବେଳେ କୁହାଯାଇଥିଲା।

ad-week
Leave A Reply

Your email address will not be published.