ହାତଗୋଡ ବନ୍ଧା ଅବସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର , ସ୍ବାମୀ ଫେରାର

add-all

ସୋର, ୩୧।୭ ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀ ଭିତରୁ ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ମହିଳା ଜଣକ ହେଲେ କୁନୁ ଲତା ନାୟକ l

ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ସିମୁଳିଆ ଥାନା ବାଲିମେଧ ଗାଁରେ ୧୭ ବର୍ଷ ତଳେ ଧନେଶ୍ବର ନାୟକ ଓ କୁନୁଲତା ନାୟକ ପ୍ରେମ ବିବାହ କରିଥିଲେ।

ଉଭୟ ଦୋରା ଗ୍ରାମରେ ଦୁଇ ପୁଅ ସହିତ ରହି ଆସୁଥିଲେ l ଗତ କିଛି ଦିନ ତଳେ କୁନୁଲତା ନିଖୋଜ ହୋଇ ଯାଇଥିଲେ। କୁନୁ ନିଖୋଜ ହେବା ପରେ ତାଙ୍କ ସ୍ବାମୀ ଧନେଶ୍ବର ଫେରାର ହୋଇଯାଇଥିଲେ। କୁନୁଙ୍କ ମୃତଦେହ ଏକ ଅଖା ଭିତରୁ ଗ୍ରାମବାସୀ ଉଦ୍ଧାର କରିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.