ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ

add-all

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ ହୋଇଛନ୍ତି । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲରୁ ସେ ବଞ୍ଚିତ ହୋଇଛନ୍ତି । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦୦ ମିଟର ହିଟରେ ଭାରତୀୟ ଧାବିକା ଧାନଲଷ୍ମୀ ଭାରତ ପାଇଁ ଅଂଶଗ୍ରହଣ କରିଥାନ୍ତେ, ତେବେ ସେ ଡୋପ ଟେଷ୍ଟରେ ଧରା ପଡିବା ପରେ ଦୂତୀ ଚାନ୍ଦଙ୍କୁ ଏହି ସୁଯୋଗ ମିଳିଥିଲା।

ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା କିନ୍ତୁ ଏଥିରୁ ବଞ୍ଚିତ ହେବା ପରେ ୬ ଅଗଷ୍ଟରେ ଦୂତୀଚାନ୍ଦ ୪ ×୧୦୦ ମିଟର ରିଲେ ଉପରେ ନଜର ରହିଛି। ୬ ଅଗଷ୍ଟରେ ଦୂତୀଚାନ୍ଦଙ୍କ ସହ ଶ୍ରାବଣୀ ମଧ୍ୟ ୪×୧୦୦ ମିଟର ରିଲେ ଦୌଡ଼ିବେ।

ସୂଚନା ଅନୁସାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ବର୍ତ୍ତମାନ ପର୍ୟ୍ୟନ୍ତ ଭାରତୀୟ କ୍ରୀଡାବିତ ମାନଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏପର୍ୟ୍ୟନ୍ତ ଭାରତକୁ ୯ଟି ପଦକ ମିଳିସାରିଛି । ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ ।

ad-week
Leave A Reply

Your email address will not be published.