କଂଗ୍ରେସ ରାମ ଜନ୍ମଭୂମି ବିରୋଧୀ, ତେଣୁ ଅଗଷ୍ଟ ୫ରେ କଳା ବିକ୍ଷୋଭ କରୁଛି : ଅମିତ ଶାହ

add-all

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସର ସବୁ ନେତା କଳା ପୋଷାକ ଓ କଳା ପତାକା ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ତେବେ କଂଗ୍ରେସ ଏହି ‘କଳା ବିରୋଧ’କୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
ଆଜି ଅଗଷ୍ଟ ୫ ତାରିଖ ହୋଇଥିବାରୁ କଂଗ୍ରେସ ଜାଣିଶୁଣି ଆଜିର ଦିନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିରର ମୂଳଦୁଆ ଆଜିର ଦିନରେ ପଡ଼ିଥିଲା। ଏଥିପାଇଁ କଂଗ୍ରେସ ଆଜିର ତାରିଖରେ ‘କଳା ବିକ୍ଷୋଭ’ କରିଛି। କଂଗ୍ରେସ ରାଜ ଜନ୍ମଭୂମି ବିରୋଧୀ ବୋଲି ଅମିତ ଶାହ କହିଛନ୍ତି।
ଅମିତ ଶାହ କହିଛନ୍ତି, “କଂଗ୍ରେସ ଆଜିର ତାରିଖରେ ଜାଣିଶୁଣି ବିକ୍ଷୋଭ କରିଛି ଓ କଳା ପୋଷାକ ପିନ୍ଧିଛି। କାରଣ ସେମାନେ ଏପରି କରି ନିଜର ତୁଷ୍ଟୀକରଣ ରାଜନୀତିକୁ ଆଗକୁ ନେବା ପାଇଁ ଚାହୁଁଛନ୍ତି। ଆଜିର ଦିନରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେଣୁ କଂଗ୍ରେସ ଆଜି ବିକ୍ଷୋଭ କରୁଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଶୁକ୍ରବାର କୌଣସି ସମନ ଜାରି ହୋଇ ନଥିବା ବେଳେ କଂଗ୍ରେସ ବିକ୍ଷୋଭ କରିଛି। ଦେଶର ସବୁ ନାଗରିକ ପ୍ରଚଳିତ ଆଇନକୁ ସମ୍ମାନ କରିବା ଦରକାର।” ଆଜି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଥିବା ବେଳେ ଦିଲ୍ଲୀରେ ପୁଲିସ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଅଟକ ରଖିଥିଲା।

ad-week
Leave A Reply

Your email address will not be published.