ତାଇଓ୍ବାନକୁ ଡରାଇଲେ ଚୀନର ୬୮ଟି ଲଢୁଆ ବିମାନ,୧୩ ଯୁଦ୍ଧ ଜାହାଜ

add-all

ତାଇପେଇ : ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି ।
ଆମେରିକାର ନିମ୍ନ ସଦନର ଅଧ୍ୟକ୍ଷ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚୀନ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଯାଇଛି ଓ ଗୁରୁବାରଠାରୁ ତାଇଓ୍ବାନକୁ ଘେରି ସମରାଭ୍ୟାସ କରୁଛି । ଗୁରୁବାର ପରି ଶୁକ୍ରବାର ବି ଚୀନ ପକ୍ଷରୁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଅନ୍ୟପକ୍ଷରେ ଶୁକ୍ରବାରଦିନ ଚୀନ ପକ୍ଷରୁ ପେଲୋସୀଙ୍କ ପରିବାର ଉପରେ କଟକଣା ଲଗାଇଛି ।
ଏହାଛଡ଼ା ଚୀନ ଆମେରିକାକୁ ଜବାବ ଦେବାକୁ ୮ଟି ପ୍ରତିକ୍ରିୟା ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେଗୁଡ଼ିକ ମଧ୍ୟରେ ରହିଛି ମିଲିଟାରୀ କମାଣ୍ଡର ଏବଂ ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ସ୍ଥଗିତ ରଖିବା, ଜଳବାୟୁ ପରିବର୍ତ୍ତନ, ସାମରିକ ସମ୍ପର୍କ, ସାମରିକ ସାମୁଦ୍ରିକ ସୁରକ୍ଷା ଏବଂ ଡ୍ରଗ୍ ବିରୋଧୀ ଉଦ୍ୟମ ଉପରେ ଆଲୋଚନା ରଦ୍ଦ କରିବା, ବେଆଇନ ପ୍ରବାସୀଙ୍କୁ ଫେରାଇବା, ଅପରାଧିକ ଅନୁସନ୍ଧାନ, ଅନ୍ତର୍ଜାତୀୟ ଅପରାଧ, ବେଆଇନ ଡ୍ରଗ୍ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ସହଯୋଗକୁ ସ୍ଥଗିତ ରଖିବା । ଏହି ଉତ୍ତେଜନା ବୃଦ୍ଧି ପାଇଁ ଚୀନ ପକ୍ଷରୁ ଆମେରିକାକୁ ଦାୟୀ କରାଯାଇଛି । ଆମେରିକା ଜାଣିଶୁଣି ଉତ୍ତେଜନା ବଢାଇଛି ବୋଲି ବେଜିଂ କହିଛି ।

ad-week
Leave A Reply

Your email address will not be published.