ଇଡି କାର୍ଯ୍ୟାଳୟରେ ହାଜର ହେଲେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ

add-all

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପତ୍ରା ଚାଲ୍ ସ୍କାମ ଅଭିଯୋଗର ସମ୍ମୁଖୀନ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଜେରା ପାଇଁ ଇଡି ଡକାଇଥିଲା। ଇଡି ଅଧିକାରୀମାନେ ଆଜି ବର୍ଷା ରାଉତଙ୍କୁ ଜେରା କରିବେ।

ଏହା ମଧ୍ୟ କୁହାଯାଉଛି ଯେ ସଞ୍ଜୟ ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଇଡି ମୁହାଁମୁହିଁ ଜେରା କରିପାରେ।

କିଛି ଦିନ ପୂର୍ବରୁ ପତ୍ରା ଚାଲ୍ ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବା ପରେସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ବାସ୍ତବରେ, ରାଉତ ଏବଂ ତାଙ୍କ ପରିବାରକୁ ୧.୦୬ କୋଟି ଟଙ୍କା ଲାଭ ହୋଇଥିଲା ବୋଲି ଏଜେନ୍ସି ଦାବି କରିଛି। ସେପଟେ ଶିବସେନା ସାଂସଦ ଦାବି କରିଛନ୍ତି ଯେ ତାଙ୍କୁ ଏକ ରାଜନୈତିକ ପ୍ରତିଶୋଧ ଅନୁଯାୟୀ ଫସା ଯାଇଛି।

ad-week
Leave A Reply

Your email address will not be published.