ଚୀନ୍-ତାଇଓ୍ୱାନ ବିବାଦ ଭିତରେ ତାଇଓ୍ୱାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୃତ ଦେହ ଉଦ୍ଧାର

add-all

ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ତାଇଓ୍ୱାନ ମଧ୍ୟରେ ବିବାଦ ତେଜିଛି । ଚୀନ ସୀମାରେ ଯୁଦ୍ଧାସ୍ତ୍ର ଜରିଆରେ ନିଜର ପତିଆରା ଜାହିର କରୁଥିବା ବେଳେ ତାଇୱାନ ମଧ୍ୟ ପ୍ରସ୍ତୁତ ରହିଛି । ଏହାରି ଭିତରେ ତାଇୱାନର ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ବା କ୍ଷପଣାସ୍ତ୍ର ତିଆରି କରୁଥିବା ବୈଜ୍ଞାନିକଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ହୋଟେଲ ରୁମରୁ ବୈଜ୍ଞାନିକଙ୍କ ମୃତଦେହ ଜବତ ହୋଇଛି। ଏହି ଘଟଣା ପରେ ଚୀନ୍ ଉପରେ ସମସ୍ତଙ୍କ ସନ୍ଦେହ ବଢିଛି। ତାଇଓ୍ୱାନ ମିଡିଆର ରିପୋର୍ଟ ଅନୁଯାୟୀ ଏପରି ମୃତ୍ୟୁ ପଛରେ ଚୀନର ଷଡ଼ଯନ୍ତ୍ର ଥାଇପାରେ।

ଚୀନ୍‌ର ସରକାରୀ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ଏବଂ ୧୦ ଟି ଯୁଦ୍ଧ ଜାହାଜ ତାଇୱାନର ଚାରିଆଡେ ବ୍ୟାପକ ସାମରିକ ଅଭ୍ୟାସରେ ଭାଗ ନେଇଛନ୍ତି। ତାଇୱାନ ଉପକୂଳବର୍ତ୍ତୀ ୬ଟି ଅଞ୍ଚଳରେ ମିଳିତ ହସ୍ତକ୍ଷେପ ଅପରେସନରେ ଯୁଦ୍ଧବିମାନଠାରୁ ଆରମ୍ଭ କରି ଯୁଦ୍ଧ ଜାହାଜ ବ୍ୟବହାର କରିଛି ଚୀନ। ଚୀନ ସେନାର ଇଷ୍ଟର୍ନ ଥିଏଟର କମାଣ୍ଡ ମଧ୍ୟ କିଛି କ୍ଷେପଣାସ୍ତ୍ରର ନୂଆ ସଂସ୍କରଣ ନିକ୍ଷେପ କରିଛି।

ଗତ ୨୫ ବର୍ଷ ମଧ୍ୟରେ ତାଇୱାନ ଗସ୍ତରେ ପ୍ରଥମ ଥର ପାଇଁ ଆସିଥିଲେ ଆମେରିକାର କୌଣସି ସର୍ବୋଚ୍ଚ ଅଧିକାରୀ । ପେଲୋସି ଆମେରିକାର ତୃତୀୟ ସର୍ବୋଚ୍ଚ ଅଧିକାରୀ। ଚାଇନା ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରିଛି। ଏବଂ ତାଇଓ୍ୱାନ ଅନ୍ୟ ଦେଶ ସହ ସମ୍ପର୍କ ବୃଦ୍ଧି କରିବାକୁ ଚୀନ ବିରୋଧ କରୁଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ବିବୃତ୍ତି ଜାରି କରି ପେଲୋସିଙ୍କ ଗସ୍ତକୁ ନିନ୍ଦା କରିଥିଲା।

ପେଲୋସିଙ୍କ ତାଇୱାନ ଗସ୍ତ ଏକ ଉତ୍ତେଜନାମୂଳକ କାମକୁ ବଢାଇଛି ବୋଲି ଚୀନ କହିଥିଲା। ଏପରି ଗସ୍ତ ଚୀନ୍‌ର ସାର୍ବଭୈମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ବିରୁଦ୍ଧରେ ଏକ ପଦକ୍ଷେପ।

ad-week
Leave A Reply

Your email address will not be published.