ପୁଣି ଥରେ କେନ୍ଦ୍ର କର୍ମଚାରୀମାନଙ୍କର ବଢିଲା ମହଙ୍ଗା ଭତ୍ତା

add-all

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ପୁଣି ଥରେ କେନ୍ଦ୍ର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇଛି, ଫଳରେ ମହଙ୍ଗା ଭତ୍ତା ଏବେ ୩୮ ପ୍ରତିଶତରେ ପହଞ୍ଚିଛି। ଗତ ଜୁନ ମାସରେ ଶିଳ୍ପ ଶ୍ରମିକଙ୍କ ନିମନ୍ତେ ଉର୍ଦ୍ଧିଷ୍ଟ ଉପଭୋକ୍ତା ମୂଲ୍ୟସୂଚୀ (ସିପିଆଇ-ଆଇଡବ୍ଲ୍ୟୁ) ତଥ୍ୟ ପ୍ରକାଶ ପାଇବା ପରେ ଡିଏରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଥିଲା।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ଏ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଭାବେ ଡିଏର ବୃଦ୍ଧି ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟସୂଚୀ ଏଆଇସିପିଆଇ ସଂଖ୍ୟା ଉପରେ ନିର୍ଭର କରିଥାଏ। ଏଆଇସିପିଆଇ ପ୍ରଥମ ୬ ମାସର ସଂଖ୍ୟା ଜାରି ହୋଇସାରିଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ। ତେବେ ବର୍ଦ୍ଧିତ ଡିଏ ଚଳିତବର୍ଷ ଜୁଲାଇରୁ ଲାଗୁ ହୋଇଥିବାବେଳେ ଏହା ସେପ୍ଟେମ୍ବର ମାସର ବେତନ ସହ ସଂଯୁକ୍ତ ହୋଇଆସିବ। ଅର୍ଥାତ କର୍ମଚାରୀଙ୍କ ଖାତାକୁ ଜୁଲାଇ ଓ ଅଗଷ୍ଟ ମାସରେ ଏହା ବକେୟା ରାଶି ଭାବେ ଆସିବ। ଏହା ପୂର୍ବରୁ ପାର୍ବଣ ଋତୁ ଆସୁଥିବା ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଅର୍ଥ ଆସିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ର କର୍ମଚାରୀଙ୍କର ଡିଏ ବଢ଼ିବା ନେଇ ଗତ କିଛିଦିନ ଧରି ଅନେକ ଚର୍ଚ୍ଚା ଜୋର ଧରିଥିଲା।

ad-week
Leave A Reply

Your email address will not be published.