ମୁଁ ଦଳରୁ ଏକମାତ୍ର ଯାଦବ, ମତେ ମନ୍ତ୍ରୀପଦ ମିଳୁ : ଛତ୍ରପତି ଯାଦବ

add-all

ପାଟନା: ବିହାରରେ ମହାଗଠବନ୍ଧନ ସରକାରରେ ଭାଗିଦାରି ଥିବା କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିଛି। ନୀତୀଶ କୁମାରଙ୍କ ଜେଡିୟୁ ବିଜେପିଠାରୁ ସମ୍ପର୍କ ତୁଟାଇ ବିହାରରେ କଂଗ୍ରେସ ଓ ଆରଜେଡି ସମେତ ଅନ୍ୟ ବିରୋଧୀ ଦଳ ସହ ହାତମିଳାଇ ମହାମେଣ୍ଟ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡିର ତେଜସ୍ୱୀ ଯାଦବ ଶପଥ ନେଇଥିବା ବେଳେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାର୍ଯ୍ୟକ୍ରମ ରହିଛି। ତେଣୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି ମଧ୍ୟ ଉଠିଲାଣି। ଏହାରି ଭିତରେ ଏକ ରୋଚକ ଖବର ଆସିଛି। ବିହାର କଂଗ୍ରେସର ବିଧାୟକ ଥିବା ଛତ୍ରପତି ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଦଳରୁ ସେ ହେଉଛନ୍ତି ଏକ ମାତ୍ର ଯାଦବ ବିଧାୟକ। ତେଣୁ ତାଙ୍କୁ ମନ୍ତ୍ରୀପଦ ମିଳୁ ବୋଲି ସେ ଦାବି କରିଛନ୍ତି।
ତାଙ୍କୁ ମନ୍ତ୍ରୀପଦ ମିଳିଲେ ରାଜ୍ୟରେ ଓବିସିମାନଙ୍କ ମଧ୍ୟରେ ଏକ ଶକ୍ତିଶାଳି ବାର୍ତ୍ତା ଯିବ। ବିଶେଷ କରି ଯାଦବଙ୍କ ପାଇଁ ଏହା ବେଶ ମହତ୍ୱ ରଖିବ ବୋଲି ସେ କହିଛନ୍ତି। ଛତ୍ରପତି ଯାଦବ ଚିଠି ଲେଖି କ୍ୟବାନେଟ ପାହ୍ୟା ଦାବି କରିଛନ୍ତି। ଛତ୍ରପତି କହିଛନ୍ତି ଯେ ମୋର ସ୍ୱର୍ଗତ ବାପା ୩-୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କ୍ୟାବିନେଟମନ୍ତ୍ରୀ ଭାବେ ସେବା କରିଥିଲେ।
ବାମପନ୍ଥୀ ପକ୍ଷରୁ ୧୬ ଜଣ ମହାମେଣ୍ଟ ସରକାରକୁ ସମର୍ଥନ କରୁଥିବା ବେଳେ କଂଗ୍ରେସର ରହିଛନ୍ତି ୧୯ ଜଣ ବିଧାୟକ। କୁହାଯାଉଛି ପୋର୍ଟଫୋଲିଓ ବଣ୍ଟନରେ କଂଗ୍ରେସକୁ ୪ଟି ମନ୍ତ୍ରୀପଦ ମିଳିପାରେ। ତେବେ ମନ୍ତ୍ରୀପଦକୁ ନେଇ ଆମର ହାଇ କମାଣ୍ଡ ନିଷତ୍ତି ନେବେ ବୋଲି ବିହାର ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି। ଏବେ କ୍ୟାବିନେଟରେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ୨ ଜଣ ଅଛନ୍ତି।

ad-week
Leave A Reply

Your email address will not be published.