ପାରିବାରିକ ବିବାଦରୁ ୧୧ଜଣଙ୍କୁ ଗୁଳି କରି ହତ୍ୟା

add-all

ବେଲଗ୍ରେଡ: ସର୍ବିଆର ମୋଣ୍ଟେଗ୍ରୋ ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଟିଞ୍ଜେ ସହରରେ ପାରିବାରିକ ବିବାଦରୁ ଜଣେ ବନ୍ଧୁକଧାରୀ ୧୧ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ସେଠାକାର ଷ୍ଟେଟ ପ୍ରୋସିକ୍ୟୁଟର ପହଞ୍ଚି ୯ଜଣଙ୍କ ମୃତଦେହ ସହିତ ୨ ଗୁରୁତରଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ବାଟରେ ଗୁରୁତର ଦୁଇଜଣ ଆଖି ବୁଜିଥିବା ସେ ସେଠାକାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

ଏହି କରୁଣ ଦୃଶ୍ୟ ଦେଖିବା ପରେ ବନ୍ଧୁକଧାରୀଙ୍କୁ ବି ସେଠାକାର ଜଣେ ସାଧାରଣ ନାଗରିକ ହତ୍ୟା କରିଛନ୍ତି। ବନ୍ଧୁକଧାରୀ ତାଙ୍କ ପଡୋଶୀ ସହ ଗଣ୍ଡଗୋଳ କରିଥିଲେ। ତେବେ ଗଣ୍ଡଗୋଳ ଏତେ ଉଗ୍ର ହୋଇଥିଲା ଯେ ସେ ଗୁଳି ଚଳାଇଥିଲେ। ପ୍ରଧାନମନ୍ତ୍ରୀ ଦ୍ରିତାନ ଆବାଜୋଭିକ ଘଟଣାରେ ଦୁଃଖ ପ୍ରକାଶ କରି ୩ ଦିନ ଶୋକ ପାଳିବାକୁ କହିଛନ୍ତି। ସେହିପରି ରାଷ୍ଟ୍ରପତି ମିଲୋ ଜୁକାନୋଭିକ ଟୁଇଟ କରି ଶୋକ ବ୍ୟକ୍ତ କରିଛନ୍ତି।

ad-week
Leave A Reply

Your email address will not be published.