ଲଗାଣ ବର୍ଷାରେ ମହାବିଦ୍ୟାଳୟର ଶ୍ରେଣୀଗୃହରେ ପଶିଲା ବର୍ଷାଜଳ

add-all

ତିଗିରିଆ: ଲଗାଣ ବର୍ଷାରେ ତିଗିରିଆ ନିଜିଗଡ଼଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମଦେବ ମହାବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଗୃହରେ ବର୍ଷାଜଳ ପ୍ରବେଶ କରିଛି। ଶ୍ରେଣୀଗୃହରେ ପାଣି ଲହଡ଼ି ମାରୁଥିବା ବେଳେ ତାହାରି ଭିତରେ ଶିକ୍ଷାର୍ଥୀ ପାଠପଢ଼଼ିବାକୁ ବାଧ୍ୟ ହେଉଛନ୍ତି। ମହାବିଦ୍ୟାଳୟ ପରିସରରେ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ଶିକ୍ଷାର୍ଥୀଙ୍କ ଶ୍ରେଣୀ ବାରଣ୍ଡା ଏବଂ ପ୍ରକୋଷ୍ଠ ଭିତରେ ବର୍ଷା ଜଳ ଲହଡ଼ି ମାରିଥିଲା।

ଲଗାଣ ବର୍ଷା ଯୋଗୁଁ ମହାବିଦ୍ୟାଳୟରେ ରହିଥିବା ପୁରୁଣା ଛାତଘରଗୁଡ଼ିକରୁ ପାଣି ଝରିବା ସହିତ କାନ୍ଥ ଭିଜି ରହୁଥିବା ଦେଖାଯାଇଛି। ମହାବିଦ୍ୟାଳୟର ଚତୁପାର୍ଶ୍ବରେ ମାଟି ଉଚ୍ଚା ହୋଇ ରହିଥିବାରୁ ପୂର୍ବରୁ ଯେଉଁଭଳି ବର୍ଷାଜଳ ନିଷ୍କାସିତ ହେଉଥିଲା ତାହା ଆଉ ସମ୍ଭବ ହେଉନଥିବା ଜଣାପଡ଼ିଛି। ଉକ୍ତ ମହାବିଦ୍ୟାଳୟ ପରିସରରୁ ବର୍ଷାଜଳ ନିଷ୍କାସନ ପାଇଁ ପଥ ସୃଷ୍ଟି କରାଯିବା ସହିତ ରହିଥିବା ପୁରୁଣା କୋଠାଘରଗୁଡ଼ିକର ତୁରନ୍ତ ମରାମତି କରାଯିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.