ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଆଲୋଚନା କରୁନି ଛତିଶଗଡ଼: ବିଜୟ ମିଶ୍ର

add-all

ଭୁବନେଶ୍ବର: ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ।

କିନ୍ତୁ ସେମାନେ ଓଡ଼ିଶାକୁ ଆସି ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଆମ ଲୋକ ଯେଉଁମାନେ ଉପର ମୁଣ୍ଡରେ ଅଛନ୍ତି ତାଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଧାରଣ କରୁଛୁ।

ad-week
Leave A Reply

Your email address will not be published.