ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର

add-all

ବୌଦ୍ଧ : ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମେଗା ପ୍ରକଳ୍ପରେ କାମ କରୁଥିବା ୩ ଜଣ ଇଞ୍ଜିନିୟର ବନ୍ୟା ପାଣିରେ ଫସିଯାଇଥିଲେ। ଅଗ୍ନିଶମ ବାହିନି ସେମାନଙ୍କୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଫଳରେ ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମହାନଦୀ କୂଳରେ ନିର୍ମାଣାଧୀନ ମେଗା ପ୍ରକଳ୍ପ କାମର ୩ ଜଣ ଇଞ୍ଜିନିୟର ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ନିଜ କ୍ୟାମ୍ପରୁ ବାହାରି ପାରିନଥିଲେ । ଦେଖୁ ଦେଖୁ ବନ୍ୟା ପାଣି ମାଡ଼ି ଯିବାରୁ ୩ ଇଞ୍ଜିନିୟର ବନ୍ୟାପାଣି ଘେରରେ ଫସି ରହିଥିଲେ । ଖବର ପାଇ ଚାରିଛକ ସ୍ଥିତ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ଆଜି ସକାଳୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ad-week
Leave A Reply

Your email address will not be published.