କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତି ପାଇଲେ ୪ କଏଦୀ

add-all

କେନ୍ଦୁଝର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅଳ୍ପ ସଜାରେ ଦଣ୍ଡିତ ପରେ ଆଚରଣରେ ପରିବର୍ତ୍ତନ ହୋଇଥିବା ୪ ଜଣ ପରିବର୍ତ୍ତିତ କଏଦୀଙ୍କୁ ମୁକ୍ତ କଲେ ସରକାର। ଏହି ୪ ଜଣ କଏଦୀ ବଳରାମ ମୁଣ୍ଡା, ବିଷ୍ଣୁଚରଣ ମହାନ୍ତ, ଶ୍ରୀଧର ନାଏକ ଏବଂ ରାମ ମୁଣ୍ଡା ୧୦ ବର୍ଷରୁ କମ ସଜାରେ ଦଣ୍ଡିତ ହୋଇ ଜେଲରେ ଥିବା ବେଳେ ସେମାନଙ୍କ ଆଚରଣ ଏବଂ ସ୍ଵଭାଵରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ଜେଲ ପକ୍ଷରୁ ସୁପାରିଶ କରାଯାଇଥିଲା ଓ ସେମାନେ ଆଜି ମୁକ୍ତ ହେଲେ।

ଓଡ଼ିଶାରୁ ସମୁଦାୟ ୧୯ ଜଣ କଏଦୀ ମୁକ୍ତି ପାଇବାକୁ ଥିବାବେଳେ ସେଥିମଧ୍ୟରୁ କେନ୍ଦୁଝରରୁ ଚାରି ଜଣ ଥିଲେ। ଅପରାଧରେ ଲିପ୍ତ ଥିବା ଯୁବକ ଓ ବ୍ୟକ୍ତି ବିଶେଷ ଏଥିରୁ ନିବୃତ ରହିବାକୁ ମୁକ୍ତ କଏଦୀ ମାନେ ଆହ୍ୱାନ ଦେଇଛନ୍ତି। ଏଠାରେ ଗଲା ପରେ ଗାଁ ରେ ଆଧାଗଢ଼ା ମନ୍ଦିର କାମ ଶେଷ କରିବେ ବୋଲି କହିଛନ୍ତି ବିଷ୍ଣୁଚରଣ ମହାନ୍ତ।

ad-week
Leave A Reply

Your email address will not be published.