୪ ଦେଶର ୧୨ ଗାୟକ ଗାଇଲେ ଗାଇଲେ ଜାତୀୟ ସଂଗୀତ ‘ଜନ ଗଣ ମନ’… ଭିଡିଓ ହେଲା ଭାଇରାଲ

add-all

ନୂଆଦିଲ୍ଲୀ: ଭାରତ ଗତ ସୋମବାର ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିସାରିଛି । ଏହି ଅବସରରେ ସାରା ଦେଶରେ ବହୁ ଉତ୍ସାହ ଓ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ଅବସରରେ ଦେଶବାସୀ ଜାତୀୟ ସଂଗୀତ ଗାନ କରି ତ୍ରିରଙ୍ଗା ଉଡାଇ ଏହାକୁ ପାଳନ କରିଥିଲେ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତରେ ରହୁଥିବା ଶରଣାର୍ଥୀମାନେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଗାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।
ଏହି ସୁନ୍ଦର ଭିଡିଓକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଟ୍ୱିଟରରେ ସେୟାର କରିଛି, ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଗୀତ ଗାଉଥିବା ସମସ୍ତ କଳାକାର ହେଉଛନ୍ତି ଶରଣାର୍ଥୀ, ଯେଉଁମାନେ ଆଫଗାନିସ୍ତାନ, ମିଆଁମାର, ଶ୍ରୀଲଙ୍କା ଏବଂ କାମେରୁନରୁ ଆସିଛନ୍ତି। ଏହି ଭିଡିଓରେ ସମସ୍ତଙ୍କର ସ୍ୱର ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଗୀତକୁ ଖୁବ ପସନ୍ଦ କରିବା ସହ ସେୟାର ମଧ୍ୟ କରିଛନ୍ତି ।
ସଂସ୍କୃତି ମନ୍ତ୍ରାଳୟ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି, ସାରା ବିଶ୍ୱରୁ ସ୍ୱାଧୀନତା ଦିବସରେ ଭାରତ ପାଇଁ ପ୍ରେମ ବରଷୁଛି । ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଗ୍ରାମି ପୁରସ୍କାର ବିଜେତା ଏବଂ ଚାରିଟି ଦେଶର ୧୨ ଜଣ ଶରଣାର୍ଥୀ ଗାୟକ ଏକତ୍ରିତ ହୋଇ ଜାତୀୟ ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ ଏହି ଭିଡିଓରେ ୧୯ ହଜାରରୁ ଅଧିକ ଲାଇକ୍ ମିଳିଛି ।

ad-week
Leave A Reply

Your email address will not be published.