ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

add-all

ଦିଲ୍ଲୀ ପୋଲିସର ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଘଟଣା। ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଉ ୧୫ ଦିନ ଅନ୍ତରୀଣ ସୁରକ୍ଷା ବଢ଼ାଇଲେ ହାଇକୋର୍ଟ। ତା ଭିତରେ ଦିଲ୍ଲୀ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ। ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ବର୍ଷା।

ବର୍ଷାଙ୍କ ମା ଓ ଝିଆରୀଙ୍କୁ ମଧ୍ୟ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଗିରଫ କରି ପାରିବ ନାହିଁ ଦିଲ୍ଲୀ ପୋଲିସ। ସାଂସଦଙ୍କ ସହଯୋଗୀଙ୍କ ପ୍ରତି ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ପାଖରେ ହୋଇଥିଲା ଅଭିଯୋଗ। ବର୍ଷା, ତାଙ୍କ ମା ଓ ଝିଆରୀଙ୍କ ନାଁ ରେ ଅଭିଯୋଗ ରହିଛି।

ad-week
Leave A Reply

Your email address will not be published.