ଭୁବନେଶ୍ବରରେ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅଞ୍ଚଳର ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା ଜାରି ରହିଛି। ମୃତ ମହିଳା ଜଣକ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ ମିନୁଶ୍ରୀ ପ୍ରହରାଜ (୫୨)।

ସୂଚନା ଅନୁସାରେ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ପ୍ଲଟ ନମ୍ବର ୨୪ରେ ମିନୁଶ୍ରୀ ପ୍ରହରାଜ ନାଁରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆଗେଇଛି । ପୁଲିସ ମିନୁଶ୍ରୀଙ୍କ ସ୍ବାମୀ ବିଷ୍ଣୁ ମୋହନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। 

ad-week
Leave A Reply

Your email address will not be published.