କର୍ତ୍ତବ୍ୟରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲା ମାଲକାନଗିରିର ୫ ପୁଲିସ୍‌ କର୍ମଚାରୀ

add-all

ମାଲକାନଗିରି ଜିଲ୍ଲାର ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ। ଏମାନେ କୁଡୁମୁଲୁଗୁମ୍ମା ସ୍ଥିତ ପୁଲିସ୍ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

ନିଲମ୍ବିତ ହୋଇଥିବା ୫ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ASI କମଳ ଲୋଚନ ନାୟକ ଓ ଅନ୍ୟ ୪ ଜଣ କନଷ୍ଟେବଳ ଅଛନ୍ତି। ଏହି ୫ ପୁଲିସ୍‌ ଗତ ବୁଧବାର ଏକ ଗଞ୍ଜେଇ ବୋଝେଇ ଗାଡ଼ି ଧରିଥିଲେ। ମାତ୍ର ଗାଡ଼ିଟିକୁ ଛାଡ଼ି ଦେବାକୁ ମୁଲଚାଲ କରୁଥିଲେ। ଏପରିକି ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରି ଟଙ୍କା ଉଠାଇବାକୁ ଏଟିଏମ୍‌କୁ ଯାଇଥିଲେ। ଖବର ପାଇ ଏସଡିପିଓ ପହଞ୍ଚି ଗଞ୍ଜେଇ ବୋଝେଇ ଗାଡ଼ିଟିକୁ ଜବତ କରିଥିଲେ। ଏହାପରେ ଗତକାଲି ମାଲକାନଗିରି ଏସ୍‌ପି ଏହି ୫ ପୁଲିସ୍‌ କର୍ମଚାରୀଙ୍କ ନିଲମ୍ବନ ଆଦେଶ ଦେଇଛନ୍ତି। ତେବେ ନିଲମ୍ବନ ପଛର କାରଣ କ’ଣ ସେ ସମ୍ପର୍କରେ ଅଫିସିଆଲି କିଛି କୁହାଯାଇନି।

ad-week
Leave A Reply

Your email address will not be published.