ଭୁଲ ପାଇଁ କ୍ଷମା ମାଗିଲେ ଓଲିଉଡ ଷ୍ଟାର ବାବୁସାନ

add-all

ଭୁବନେଶ୍ବର, ୨୦।୮ ଭୁଲ ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ଓଲିଉଡ ଷ୍ଟାର ବାବୁସାନ। ଭୁଲ ପାଇଁ ସେ ଅନୁତାପ ମଧ୍ୟ କରିଛନ୍ତି । ଏମିତି ଭୁଲ ଆଉ ହେବ ନାହିଁ । ମୋ ସ୍ତ୍ରୀ ଓ ଶ୍ବଶୁର ମୋ ପାଇଁ ବହୁତ କଷ୍ଟ ଭୋଗିଲେନି ବୋଲି ସେ ଏକ ଭିଡିଓରେ କହିଛନ୍ତି। ଏକ ଭିଡିଓରେ ସେ କହିଛନ୍ତି ଯେ ଆପଣମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ଗୋଟେ ଘଟଣା ଘଟିଥିଲା।

ସେଥିପାଇଁ ମୁଁ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ସ୍ତ୍ରୀ ତୃପ୍ତି ଓ ଶ୍ବଶୁର ଲଳିତ ଶତପଥୀ ତାଙ୍କ ନାଁରେ ଗୋଟେ କେସ୍‌ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛନ୍ତି । ମୋ ସ୍ତ୍ରୀ ଆଉ ଶ୍ବଶୁର ବହୁତ କଷ୍ଟ ପାଇଲେଣି । ମୁଁ ଶପଥ କରୁଛି, ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ । ଏମିତି ଭୁଲ ହେବା ପାଇଁ କେବେବି ଦେବିନାହିଁ`।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଗାଡିରେ ଯିବା ବେଳେ ହଠାତ ପତ୍ନୀ ତୁପ୍ତି ପହଞ୍ଚିଯାଇଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ କିଛି ଦିନ ଧରି ଚର୍ଚ୍ଚାରେ ରହିଥିଲା।

ad-week
Leave A Reply

Your email address will not be published.