ପ୍ରେମ ପାଇଁ ଜୀବନ ହାରିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର, ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

add-all

ଭୁବନେଶ୍ବର : ପୁଣି ପ୍ରେମ ପାଇଁ ଗଲା ଆଉ ଏକ ଜୀବନ। ରାଜଧାନୀରେ ଜଣେ ମହିଳା ସପ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ଏବଂ ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି। ସେ ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଶ୍ୱେତା ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ତିନି ସାଙ୍ଗଙ୍କ ସହ ରହୁଥିଲେ । ଜନ୍ମାଷ୍ଟମୀ ଥିବାରୁ ସାଙ୍ଗମାନେ ଛୁଟିରେ ଯାଇଥିଲେ । ଶ୍ୱେତା ଏକା ଥିଲେ ।

ଗତକାଲି ତାଙ୍କ ପରିବାର ଲୋକ ଫୋନ୍‌ କରିବାରୁ ଶ୍ୱେତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଆସିଥିଲା। କଲ୍‌ ସମ୍ଭବ ନହେବାରୁ ଘର ଲୋକ ଅନ୍ୟ ସ୍ଥାନରେ ଖେଜୋଖୋଜି କରିଥିଲେ। ହେଲେ କୌଣସି ପତ୍ତା ନ ମିଳିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ମୋବାଇଲ ଟ୍ରାକ୍‌ କରିବା ପରେ ଜଣାପଡିଥିଲା ଆପାର୍ଟମେଣ୍ଟ ଭିତରେ ପୂର୍ବରୁ ସୁଇଚ୍‌ ଅଫ ରହିଥିଲା । ସେ ରହୁଥିବା ରୁମର କବାଟ ତାଡିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶ୍ୱେତାଙ୍କ ମୃତଦେହ ମିଳିଥିଲା । ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅନ୍ୟପଟେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୁଲିସ ଶ୍ୱେତାଙ୍କ ଆପାର୍ଟମେଣ୍ଟ ଫ୍ଲାଟ୍‌ରୁ ଏକ ଡାଏରୀ ଜବତ କରିଛି । ସେଥିରେ ଜଣେ ଯୁବକଙ୍କ ନାଁ ରହିଥିବାରୁ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିଛି । ଏକ ଅପମୃତ୍ୟୁ ମମଲା ରୁଜୁ କରି କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ପୁଲିସ ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି

ad-week
Leave A Reply

Your email address will not be published.