ପୁଣିଥରେ କର୍ଣ୍ଣାଟକରେ ଏକାଠି ହେବେ ଜେଡିଏସ୍ ଓ କଂଗ୍ରେସ

add-all

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ୨୦୨୩ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ କହିଛନ୍ତି ଯେ ଯଦି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପାଇଁ କଂଗ୍ରେସକୁ ସମର୍ଥ ଦେବାକୁ ହୁଏ ତେବେ ସେ ଡିକେ ଶିବକୁମାରଙ୍କୁ ସମର୍ଥନ କରିବେ।

ଶୁକ୍ରବାର ସନ୍ଧ୍ୟାରେ ଚିତ୍ରଦୁର୍ଗାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୁମର ସ୍ୱାମୀ କହିଛନ୍ତି ‘ ତାଙ୍କୁ ତାଙ୍କ ଯୁଦ୍ଧ ଲଢ଼ିବାକୁ ଦିଅ, ମୁଁ ମୋ ଯୁଦ୍ଧ ଲଢିବି। କିନ୍ତୁ ଯଦି ଭଗବାନ ଇଚ୍ଛା ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତେବେ ତାହା ହେବ, ମୋ ସମର୍ଥ ତାଙ୍କ ସହ ରହିବ। ‘ ଭୋକ୍କାଲିଗା ସମ୍ପ୍ରଦାୟ ଦ୍ୱାରା ଆଯୋଜିତ ଏକ କାର୍ଯ୍ୟକ୍ରମରେ କୁମା ସ୍ୱାମୀ ଏପରି କହିଛନ୍ତି।

ଏପଟେ ଡି.କେ ଶିବକୁମାର ନିଜକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପାର୍ଥୀ ଭାବେ ଘୋଷଣା କରିଛନ୍ତି। ଏଥିପାଇଁ ସେ ସାଦୁସନ୍ଥ ସମୁଦାୟର ଆଶୀର୍ବାଦ କାମନା କରିଛନ୍ତି। ଏନେଇ କୁମାର ସ୍ୱାମୀ କହିଛନ୍ତି ‘ ବର୍ତ୍ତମାନ ରାଜନୈତିକ ସ୍ଥିତି ନେଇ ମୁଁ ଓ ସନ୍ଥମାନେ ଯାହା କହିଛନ୍ତି ତାହା ଗହନ କଥା। ମୁଁ ଆଶା କରୁଛି ଲୋକେ ବୁଝିଯିବେ।’

କୁମାରସ୍ୱାମୀ ଓ ଶିବକୁମାର ଭୋକ୍କାଲିଗା ସମ୍ପ୍ରଦାୟର ବିଶ୍ୱସ୍ଥ ନେତା। ତା ସହ ଦଳର କିଛି ନେତା ମଧ୍ୟର ଏହି ସମ୍ପ୍ରଦାୟରୁ ଆସିଛନ୍ତି। ଏମାନଙ୍କ ଭୋଟ୍ କର୍ଣ୍ଣାଟକ ରାଜନୀତିରେ ଗୁରୁତ୍ୱ ରଖେ। ରାଜ୍ୟର ୧୨ ପ୍ରତିଶତ ଭୋଟ ଭୋକ୍କାଲିଗା ସମ୍ପ୍ରଦାୟରୁ ଆସିଥାଏ। ଲିଙ୍ଗାୟତଙ୍କ ପରେ ଏମାନେ ଦ୍ୱିତୀୟ ସର୍ବାଧିକ ଭୋଟଧାରୀ ଜନତା। ପୁରୁଣା ମୟୁଶର ଓ କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ଏମାନଙ୍କର ସଂଖ୍ୟା ଅଧିକ ରହିଛି।

ତେବେ ଅନ୍ୟ ରାଜ୍ୟମାନଙ୍କ ଭଳି କର୍ଣ୍ଣାଟକରେ ବି କଂଗ୍ରେସର କେଁ ରହିଛି। ଏଠି ଡିକେ ଶିବକୁମାର ଓ ସିଦ୍ଧରମୟାଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଦୌଡ଼ ରହିଛି। ତେଣୁ ପରସ୍ପର ମଧ୍ୟରେ ଭିତିରି ଗୋଟି ଚାଳନାରେ ବ୍ୟସ୍ତ ଥିବା କୁହାଯାଉଛି।

ad-week
Leave A Reply

Your email address will not be published.