ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍‌ ଆଲର୍ଟ ଜାରି

add-all

ବେଜିଂ: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍‌ହୁଇ ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଚାଇନାର ଜାତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏସବୁ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ରହିବ। ଏନେଇ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ପ୍ରବଳ ତାପମାତ୍ରାରେ ବାହାରକୁ ନ ଯିବା, ଖରାରେ କାମ ନ କରିବା, ଅଗ୍ନି ନିରାପତ୍ତା ପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.