ଧିରେ ଧିରେ ସୁସ୍ଥ ହେଉଛନ୍ତି କମେଡିଆନ ରାଜୁ ଶ୍ରୀବାସ୍ତବ

add-all

ମୁମ୍ବାଇ: ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେଣି କମେଡିଆନ ରାଜୁ ଶ୍ରୀବାସ୍ତବ । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ଜଣାପଡ଼ିଛି । ରାଜୁଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାମ କରିବା ଆରମ୍ଭ କରିଛି ।

ଡାକ୍ତରମାନେ ବି ଘଟଣାକୁ ନେଇ ଆଶା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ବଲିଉଡ୍ କମେଡି ଶୋ ଜଜ୍ ଶେଖର ସୁମନ ଟ୍ୱିଟ୍ କରି ଲେଖିଛନ୍ତି ‘ମହାଦେବଙ୍କ କୃପା।

ହର ହର ମହାଦେବ। ‘

ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି। ତାଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାର‌୍ୟ୍ୟ କରୁଛି। ତେବେ ସେ ଏବେ ବି ଚେତାଶୂନ୍ୟ ଅଛନ୍ତି। ଡାକ୍ତର କହୁଛନ୍ତି ଯେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିପାରେ।

ad-week
Leave A Reply

Your email address will not be published.