ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

add-all

ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୪।

୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୫, ବରଗଡ ୧୧, ଭଦ୍ରକ ୩, ବଲାଙ୍ଗୀର ୧୪, ବୌଦ୍ଧ ୧, କଟକ ୧୦, ଦେଓଗଡ ୪, ଗଜପତି ୩, ଜଗତସିଂହପୁର ୨, ଯାଜପୁର ୭, କଳାହାଣ୍ଡି ୪, କନ୍ଧମାଳ ୪, ଖୋର୍ଦ୍ଧା ୩୨, କୋରାପୁଟ ୧, ମୟୁରଭଞ୍ଜ ୯, ନବରଙ୍ଗପୁର ୮, ନୟାଗଡ ୭, ନୂଆପଡା ୧୦, ପୁରୀ ୯, ରାୟଗଡା ୪, ସମ୍ବଲପୁର ୮, ସୋନପୁର ୬, ସୁନ୍ଦରଗଡ ୩୪, ଷ୍ଟେଟ ପୁଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୨୬୪କୁ ବୃଦ୍ଧି ପାଇଛି। ୧୩,୧୩,୬୭୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୩୬୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

ad-week
Leave A Reply

Your email address will not be published.