ମୁଖ୍ୟସ୍ରୋତକୁ ଫେରିଲେ୧୫୦ରୁ ଅଧିକ ମାଓ ସମର୍ଥକ, ଭାଙ୍ଗିଲେ ନକ୍ସଲ ସହିଦ ସ୍ମୃତି ସ୍ତମ୍ଭ

add-all

ଚିତ୍ରକୋଣ୍ଡା: ନକ୍ସଲଙ୍କ ହାତ ଛାଡ଼ି ବିକାଶ ଓ ପ୍ରଗତିକୁ ବାଛିଲେ ସ୍ୱାଭିମାନ ଅଞ୍ଚଳବାସୀ। ଜଣେ କି ଦୁଇ ଜଣ ନୁହେଁ ଦେଢ଼ ଶହରୁ ଅଧିକ ମିଲିସିଆ ଅର୍ଥାତ ମାଓ ସମର୍ଥକ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି। ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି, ଆଉ ଶପଥ ବି ନେଇଛନ୍ତି, ଆଉ କେବେ ବି ପଛକୁ ଫେରି ମାଓବାଦୀଙ୍କୁ ସହାୟତା କରିବେନି।

ଆଜି ଗୁରୁପ୍ରିୟା ସେତୁ ନିକଟରେ ଥିବା ପୁଲିସ୍ କ୍ୟାମ୍ପରେ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିଜ ଘରକୁ ବାହୁଡ଼ିଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ ମାଲକାନଗିରି ଏସ୍‌ପି ନିଖିଲ ୱାଦୱାନି ଓ BSF ଡିଆଇଜି ଏସ୍‌କେ ସିଂହ୍ନା ସମେତ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ।

ମାଓ ସମର୍ଥକମାନେ ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗିଥିଲେ। ମାଓବାଦକୁ ବିରୋଧ ସୂରୁପ ନକ୍ସଲଙ୍କ କୁଶପୁତ୍ତଳିକାକୁ ଦାହ କରିଥିଲେ।

ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ପୁଲିସ୍ ଅଧିକାରୀ ବି ଏମାନଙ୍କୁ ସ୍ୱାଗତ କରିବା ସହ କିଛି ଉପହାର ପ୍ରଦାନ କରିଥିଲେ। ଆଗାମୀ ଦିନରେ ସମାଜରେ ସ୍ୱାଭିମାନର ସହ ବଞ୍ଚିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଏସ୍ଏଫ୍ ଡିଆଇଜି।

ad-week
Leave A Reply

Your email address will not be published.