ସାମ୍ବାଦିକଙ୍କୁ ଚପଲରେ ପିଟିଲେ ଯୁବତୀ

add-all

କଟକ: କଟକରେ ଵିଚ୍ ରାସ୍ତାରେ ସାମ୍ବାଦିକ ଓ ଯୁଵତୀ ପିଟାପିଟି । ଷ୍ଟାଡିୟମ ନିକଟରେ ଥିବା ସିଡିଏମ୍ଓ ଅଫିସ ନିକଟରେ ଜନୈକ ଯୁଵତୀ ଅକ୍ଷୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।

ଖବର ଅନୁଯାୟୀ, ସାମ୍ବାଦିକ ଜଣକ ଦୀର୍ଘ ଵର୍ଷ ହେଵ ଏହି ଯୁଵତୀଙ୍କୁ ମିଡିଆରେ ଚାକିରୀ କରାଇଦେଵା ନାଁରେ ଶାରୀରିକ ଶୋଷଣ କରୁଥିବା ଯୁଵତୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଏନେଇ ଯୁଵତୀ ଜଣଙ୍କ ମହିଳା ଥାନାରେ ଅକ୍ଷୟ ଦାସଙ୍କ ସମେତ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ତେଵେ ଯୁଵତୀଙ୍କ ଅଭିଯୋଗ ଵାଵଦରେ ଅକ୍ଷୟ ଓ ତାଙ୍କ ସହଯୋଗୀ ମାନେ ମିଡିଆରେ ନିଜ ପକ୍ଷ ରଖିଵାକୁ ଆସିଥିବା ବେଳେ, ଯୁଵତୀ ଜଣଙ୍କ ଅକ୍ଷୟଙ୍କୁ ଚପଲରେ ପିଟିଵା ଆରମ୍ଭ କରିଥିଲେ । ଅକ୍ଷୟ ମଧ୍ୟ ଯୁଵତୀଙ୍କୁ ମାଡ ମାରିଛନ୍ତି। ଏନେଇ ଅକ୍ଷୟଙ୍କ ଅନ୍ୟ ମହିଳା ସହଯୋଗୀ ଓ ଅଭିଯୋଗକାରିଣୀଙ୍କ ମଧ୍ୟରେ ରାସ୍ତା ଉପରେ ଵେଶ୍ କିଛି ସମୟ ପାଇଁ ଵାକ୍ ଯୁଧ୍ୟ ଚାଲିଥିଲା।

ad-week
Leave A Reply

Your email address will not be published.