କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମନ୍ତବ୍ୟକୁ ନେଇ ଉତ୍ତର ରଖିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର

add-all

ଏନଡିଏରେ ବିଜେଡିକୁ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିବା ପରେ ଏବେ ରାଜନୀତି ସରଗରମ । ଏହି ମନ୍ତବ୍ୟକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଉତ୍ତର ରଖିଛନ୍ତି ।

ସେ କହିଛନ୍ତି ଯେ, ଅଠାୱାଲୋ ମଜାରେ ମଜାରେ ଅନେକ କଥା କୁହନ୍ତି । କହୁ କହୁ କହି ଦେଇଥିବେ । ଏକଥା କହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରାଧିକୃତ କରିଥିବେ ସେକଥା ମୁଁ ଜାଣିନାହିଁ ।ବିଜେଡି ଦଳର ନିଜର ସ୍ୱତନ୍ତ୍ରତା ରହିଛି ।

ଆଞ୍ଚଳିକ ଦଳର ନେତା ଭାବେ ସବୁ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ନିଅନ୍ତି । ସେ ହିଁ ସବୁ ସବୁ ନିର୍ଦ୍ଧାରଣ କରିବେ । ଏହାଛଡ଼ା ସମର୍ଥନ ପ୍ରସଙ୍ଗକୁ ନେଇ ଦେବୀ ପ୍ରସାଦ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲକୁ ସମର୍ଥନ କରିଛି ବିଜେଡି। ଏହା ମାନେ ନୁହେଁ ବିଜେଡ଼ି ଏନଡିଏର ଅଂଶ। ଅତୀତରେ ଅଂଶ ଥିଲୁ। କିନ୍ତୁ କେନ୍ଦ୍ରରେ ଏନଡିଏରେ ସରକାର ଅଛି। ତେଣୁ ସଂଘୀୟ ବ୍ୟବସ୍ଥାରେ ଯେମିତି ସମ୍ପର୍କ ରହିବା କଥା ଓ ଯେଉଁଟା କରଣୀୟ ତାହା ବିଚାର ବିମର୍ଶ କରୁଛି ବିଜେଡି।

ad-week
Leave A Reply

Your email address will not be published.