କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌କୁ ମିଳିଲା ଅନୁମୋଦନ

add-all

ଭୁବନେଶ୍ବର/କେନ୍ଦୁଝର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ଏମବିବିଏସ୍‌ ସିଟ୍‌ ପାଇଁ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ ( ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ ଦେଇଛନ୍ତି। ଏ ନେଇ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏମ୍‌ଏସ୍‌ସିବିଡି ବାରିପଦା ଅଧୀନରେ କେନ୍ଦୁଝର ସରକାରୀ ମେଡିକାଲ କଲେଜ ପରିଚାଳିତ ହେବ। କେନ୍ଦୁଝର ଜିଲ୍ଲାପାଳ ଏନେଇ ଟୁଇଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝରରେ ନବନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଆରମ୍ଭ ‌ହେବ। ଏଥିପାଇଁ ନିକଟରେ ଜାତୀୟ ମେଡିକାଲ କମିସନ (ଏନ୍‌ଏମ୍‌ସି)ଙ୍କ ଏକ ଟିମ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭେଷଜ ମହାବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ କରିବା ସହିତ ନିଯୁକ୍ତ ହୋଇଥିବା ଡାକ୍ତରଙ୍କ ସ୍ଥିତି ତଥା ଆନୁସଙ୍ଗିକ ଯନ୍ତ୍ରପାତିର ଯାଞ୍ଚ କରି ମୂଲ୍ୟାୟନ କରିଥିଲେ।

ad-week
Leave A Reply

Your email address will not be published.