ଠକେଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କଲା କାଳିଆପାଣି ପୋଲିସ

add-all

ଯାଜପୁର: ଯାଜପୁର ଜିଲ୍ଲାର କାଳିଆ ପାଣି ଥାନ ଅନ୍ତର୍ଗତ ବିର୍ସାନଗର ବସ୍ତି ର ଅଭିନାଶ ମହାନ୍ତି ମେ ମାସ 10ତାରିଖରେ ସାଇବର ଠକେଇରେ ଏକ ଲକ୍ଷ ତେପନ ହଜାର ଟଙ୍କାର ଶିଖାର ହୋଇଥିଲେ l ଏ ସମ୍ପର୍କରେ କାଳିଆପାଣି ଥାନରେ ଅଭିଯୋଗ କରିବା ସହ କଟକ ସାଇବର ଥାନରେ ସମ୍ପୂର୍ଣ ତଥ୍ୟ ଦେଇଥିଲେ l କାଳିଆ ପାଣି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ ସାଇବର ଥାନ ପକ୍ଷରୁ ତଦନ୍ତ କରି ଜଣାପଡିଥିଲା l ଠକମାନେ ହେଲେ ମଧ୍ୟ୍ୟ ପ୍ରଦେଶର କୁଡିଲା ଥାନର ଟିକମ ଗଡ ଗ୍ରାମର ଏ ସମ୍ପର୍କରେ କାଳିଆପାଣି ପୋଲିସକୁ ଜଣାଇ ଦିଆଯାଇଥିଲା l

କାଳିଆ ପାଣି ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ୍ୟ ପ୍ରଦେଶ ଗସ୍ତ କରି କୁଡିଲା ପୋଲିସ ସହାୟତାରେ ଟିକମ ଗଡ ଗ୍ରାମରୁ ଗିରଫ କରିଛି l ଗିରଫ ବ୍ୟକ୍ତିମାନେ ହେଲେ ଠକୂର ଦାସ (29)ଓ ଅଭିଷେକ (29)ପକ୍ଷରୁ କାଳିଆ ପାଣି ପୋଲିସ ସମସ୍ତ ସାକ୍ଷ୍ୟ ପ୍ରମାଣ ତଥ୍ୟ ଅନୁ ସାରେ କେଶ ନ 52/22ରେ ବିଭିନ୍ନ ଦଫା ରେ ଗିରଫ କରି ସୁକିନ୍ଦା ବିଚାର ବିଭାଗ କୋର୍ଟ କୁ ପଠାଇଛି ଜାମିନ ନା ମଂଜୁର ହୋଇଛି ଠକ ଦୁଇ ଜଣ ଉଚ୍ଚ ଶିକ୍ଷିତ ବୋଲି ଜଣା ପଡିଛି lଦୀର୍ଘ ଅଢେଇ ମାସ ପରେ କାଳିଆ ପାଣି ପୋଲିସ କୁ ସଫଳତା ମିଳିଛି ବୋଲି ସମଗ୍ର ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚl ଚାଲିଛି l

ad-week
Leave A Reply

Your email address will not be published.