୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର

add-all

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ତେଜିଛି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ। ବୁଧବାର ଭୁବନେଶ୍ୱର କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାମରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ।

ଏଥିରେ ମଧ୍ୟ ସୋସିଆଲ ମିଡିଆ ୟୁଟ୍ୟୁବକୁ ପକ୍ଷଭୁକ୍ତ କରାଯାଇଛି। ୟୁଟ୍ୟୁବରେ ପ୍ରକୃତିଙ୍କୁ ନେଇ ଅନେକ ପ୍ରକାରର ଅପମାନଜନକ ଭିଡିଓ ଥିବାରୁ ଉକ୍ତ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି। ୟୁଟ୍ୟୁବରୁ ଏହି ସବୁ ଭିଡିଓ ହଟାଇବାକୁ ଆବେଦନରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ମାସ ଜୁଲାଇ ୨୩ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ତୃପ୍ତି ଅଟକାଇ ମାଡ଼ ମାରିଥିଲେ। ଏହି ସମୟର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା’ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ତୃପ୍ତି ଓ ତୃପ୍ତିଙ୍କ ବାପାଙ୍କ ନାଁରେ ଅଭିଯୋଗ ରହିଥିଲା। ଏହି ଏତଲା ଦେବା ପରେ ବି କମିଶନରେଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପ୍ରକୃତି ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.