ନାଗାବଳୀ ନଦୀ ମଝିରେ ଫସିଲେ ୩ ପୁଅ, ଉଦ୍ଧାର କରିବାକୁ ଯାଇ ଫସିଲେ ବାପା

add-all

ରାୟଗଡ଼ା: ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଫସିଲେ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା ଓ ତାଙ୍କ ପରିବାର। ନାଗାବଳୀ ନଦୀର ଝୋଲାପୋଲ ଠାରେ ଗାଧୋଉଥିବା ବେଳେ ଅଘଟଣ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶର ଏଲୁରରୁ ଗୋପାଳକ୍ରିଷ୍ଣା ପରିବାର ସହ ରାୟଗଡ଼ାର ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ପରେ ନାଗାବଳୀ ନଦୀରେ ପିଲାମାନଙ୍କ ସହ ଗାଧୋଉଥିଲେ।

ଦୁର୍ଭାଗ୍ୟବଶତଃ ଏହି ସମୟରେ ତିନି ଜଣ ଯାକ ପିଲା ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ବାପା ନଦୀକୁ ଡେଇଁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଆଉ ଗୋଟିଏ ପିଲାକୁ ଉଦ୍ଧାର କରୁଥିବା ବେଳେ ବାପା ଗୋପାଳ କ୍ରିଷ୍ଣା ମଧ୍ୟ ଫସିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବାପାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ପିଲା ଏବେବି ନିଖୋଜ ଅଛି । ତା ନାଁ ଏ ଅମରେଶ ବୋଲି ଜଣାପଡିଛି । ତେବେ ଅଗ୍ନିଶମ ବାହୀନି ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି।

ad-week
Leave A Reply

Your email address will not be published.