କାର ଭିତରୁ ବାହାରିଲା ୪ ବସ୍ତା ଗଞ୍ଜେଇ ସହ ଜଣଙ୍କ ମୃତଦେହ

add-all

ବୌଦ୍ଧ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ବାହାରିଲା ୪ ବସ୍ତା ଗଞ୍ଜେଇ ଓ ଜଣଙ୍କ ମୃତଦେହ। ଯାହାକୁ ନେଇ ଆଜି ବୌଦ୍ଧ ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଖବର ନେବାରୁ ଜଣାପଡ଼ିଛି, ଆଜି ଅପରାହ୍ନରେ ସୋନପୁର ପାର୍ଶ୍ୱରୁ ଏକ କାର ବୌଦ୍ଧ ଆଡ଼କୁ ଦୃତଗତିରେ ଆସୁଥିବା ବେଳେ ହଠାତ୍ ମେହେରୁଣି ପୋଲ ନିକଟରେ ଭାରସାମ୍ୟ ହରାଇ ପିଟି ହୋଇଥିଲା। ଏହି କାର୍‌ରେ ୩ ଜଣ ଆସୁଥିଲେ। ଏହା ପରେ କାର୍‌ରେ ଥିବା ୨ ଜଣ ଫେରାର ହୋଇଯାଇଥିଲେ। ଜଣେ କାର ଭିତରେ ମରି ପଡ଼ି ଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ମନମୁଣ୍ଡା ପୁଲିସ ପହଞ୍ଚି ଯାଞ୍ଚ କରିବା ବେଳେ ଗାଡ଼ି ଭିତରୁ ଜଣଙ୍କ ମୃତ ଦେହ ଓ ୪ ବସ୍ତା ଗଞ୍ଜେଇ ବାହାରିଥିଲା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.