ବିଦେଶ ଗସ୍ତରେ ବାଚସ୍ପତି ବିକ୍ରମ ‌ଆରୁଖ

add-all

ଭଞ୍ଜନଗର: ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଦେଶ ଗସ୍ତରେ ଯାଇଛନ୍ତି। ‌ଦେଶର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ବରେ ଦେଶର ଏକ ପ୍ରତିନିଧିମଣ୍ଡଳୀ ଭାରତରୁ ବିଦେଶ ଗସ୍ତରେ ଯାଇଥିବା ବେଳେ ଉକ୍ତ ପ୍ରତିନିଧି ମଣ୍ଡଳୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ଆରୁଖ ରହିଛନ୍ତି। ସେ ବର୍ତ୍ତମାନ କାନାଡ଼ାରେ ହଲିଫାକ୍ସ୍‌ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ(ସିପିସି)ରେ ଯୋଗ ଦେଇଥିବା ଜଣାପଡ଼ିଛି।

ଏହା‌ପରେ ସେ ପ୍ୟରିସ୍‌ ଓ ଲଣ୍ଡନରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟମ୍ବର ପ୍ରଥମ ସପ୍ତାହରେ ସେ ସରକାରୀ ଗସ୍ତ ସାରି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.