ଟାଙ୍ଗୀରେ ବ୍ରାଉନସୁଗାର ସହ ଜଣେ ଗିରଫ

add-all

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା। ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯)। ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ।

ଉକ୍ତ ଚଢ଼ାଉର ନେତୃତ୍ୱ ନେଇଥିଲେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ। ଶ୍ରୀ ପ୍ରଧାନଙ୍କ କହିବା କଥା ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ ଗତକାଲି ଗିରଫ କରିଛି।

ଏ ସଂକ୍ରାନ୍ତରେ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୪୦/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳେଇ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

ad-week
Leave A Reply

Your email address will not be published.