ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ

add-all

କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍‌ର ସୁପରଭାଇଜର୍ ଜୟଦେବ ସ୍ୱାଇଁଙ୍କୁ ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ ୯ଟିକିଆ ହାତୀପଲଙ୍କ ମଧ୍ୟରୁ ୨ଟି ମାଈହାତୀ ଗଛ ପତ୍ର ଖାଇବା ବେଳେ ଭୂଇଁଠାରୁ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାର ସ୍ଂସ୍ପର୍ଶରେ ଆସି ୨ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଏହି ଲାଇନ୍ କେବଲିଂ କରାନଯିବା ଓ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ବେଳେ, ତୁରନ୍ତ ଲାଇନ୍ ନକଟିବାରୁ ହାତୀଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ad-week
Leave A Reply

Your email address will not be published.