ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ: ଥାନାରେ ଏତଲା

add-all

ମାଲକାନଗିରି: ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ପୁରୁଣା ମେଡିକାଲ ଛକ ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ଗଣେଶ ପୂଜା କରାଯାଇଥାଏ। ତେବେ ଚଳିତ ବର୍ଷ ‘ସବକା ମାଲିକ ଏକ ହେ’ ଶୀର୍ଷକରେ କମିଟିର ଆୟୋଜକମାନେ ଗଣେଶ ମୂର୍ତ୍ତି ନିର୍ମାଣ କରାଇଥିଲେ।

ତିନୋଟି ଗଣେଶ ମୂର୍ତ୍ତି ଗୋଟିଏ ପେଣ୍ଡାଲରେ ସ୍ଥାନିତ ହୋଇଛି। ନୃସିଂହ ବେଶରେ ଜଗନ୍ନାଥ ସ୍ଥାନ ପାଇଥିବା ବେଳେ ଗୋଟିଏ ପାର୍ଶ୍ବରେ ପ୍ରଭୁ ଯୀଶୁଙ୍କ ବେଶରେ ଗଣେଶ ରହିଛନ୍ତି। ଆଉ ଗୋଟିଏ ପାର୍ଶ୍ବରେ ମୁସଲିମ ବେଶରେ ଗଣେଶ ସ୍ଥାନ ପାଇଛନ୍ତି। ତେବେ ଧର୍ମୀୟ ଭାବାବେଗକୁ ଆଘାତ ହୋଇଥିବା ଅଭିଯୋଗ ନେଇ ବିଶ୍ବ ହିନ୍ଦୁ ପରିଷଦର କେତେକ କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ad-week
Leave A Reply

Your email address will not be published.