ଅଷ୍ଟ୍ରେଲିଆରେ ଭୟଙ୍କର କାର ଦୁର୍ଘଟଣାରେ ପଞ୍ଜାବୀ  ଗାୟକଙ୍କ ମୃତ୍ୟୁ

add-all

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରୁ ଆସିଛି ଦୁଃଖଦ ଖବର। ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପ୍ରଖ୍ୟାତ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହ। ବୁଧବାର ଅପରାହ୍ନ ୩.୩୦ରେ ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ ନିକଟରରେ ଏହି ଘଟଣା ଘଟିଥିଲା। ଶ୍ରୀ ସିଂହ କାରରେ ଯାଉଥିବା ବେଳେ ଗୋଟିଏ ଦ୍ରୁତଗାମୀ କିଆ ସେଡାନ ଏହାକୁ ଧକ୍କା ଦେଇଥିଲା। ସେହିପରି ସେଡାନ କାରଟି ଆଉ କିଛି ଗାଡ଼ିକୁ ମଧ୍ୟ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୪୨ ବର୍ଷୀୟ ଶ୍ରୀ ସିଂହଙ୍କ କାର ପୂରା ଛିନଛତ୍ର ହୋଇଯାଇଥିଲା। ସେହିପରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ୍ କହିଛି ଯେ କିଆ ସେଡାନ ଚଳାଉଥିବା ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ସେ ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଦୁଇଟି କାର ଓ ପରେ ଗୋଟିଏ ଜିପ୍‌କୁ ଧକ୍କା ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ ଜିପରେ ଥିବା ଜଣେ ମହିଳା ମଧ୍ୟ ଘଟଣାରେ ଗୁରୁତର ଆହତ ହୋଇଛନ୍ତି। କିଆ ସେଡାନ ଚଳାଉଥିବା ଯୁବକଙ୍କ ନାଁରେ ବେପରୁଆ ଗାଡ଼ି ଚାଳନା ଠାରୁ ଆରମ୍ଭ କରି ବିଭିନ୍ନ ଦଫା ଲଗା ଯାଇଛି। ଆଜି ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ, ନିଜର ସିଙ୍ଗିଙ୍ଗ କ୍ୟାରିୟରକୁ ଆଗକୁ ନେବା ପାଇଁ ୯ ବର୍ଷ ତଳେ ଶ୍ରୀ ସିଂହ ଅଷ୍ଟ୍ରେଲିଆ ଚାଲି ଆସିଥିଲେ। ସେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ। ସୋଶାଲ ମିଡିଆ ଫେସବୁକରେ ତାଙ୍କର ଅନେକ ଅନୁଗାମୀ ରହିଛନ୍ତି। ଏହି ଦୁଃଖଦ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଛନ୍ତି।

ad-week
Leave A Reply

Your email address will not be published.