ଜର୍ମାନରେ ପାଇଲଟଙ୍କ ହରତାଳ, ୮ଶହ ଫ୍ଲାଇଟ୍ ବାତିଲ, ୧ ଲକ୍ଷ ଲୋକେ ପ୍ରଭାବିତ

Independence

ବର୍ଲିନ ୨।୯: ଜର୍ମାନରେ ପାଇଲଟଙ୍କ ହରତାଳ ପାଇଁ ଲୁପଥାନସା ଏୟାରଲାଇନ୍ସକୁ ତାର ୮୦୦ ଫ୍ଲାଇଟ୍‌ ବାତିଲ କରିବାକୁ ପଡିଛି। ବିମାନଙ୍କ ଉଡାଣ ରଦ୍ଦ ହେବା ଯୋଗୁ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ପାଇଲଟମାନେ ସେମାନଙ୍କ ଦାବିକୁ ନେଇ ଦିନିକିଆ ହରତାଳ କରିଛନ୍ତି। ପାଇଲଟ ସଂଘ ବେତନ ବୃଦ୍ଧିକୁ ମଞ୍ଜୁରି ନ ମିଳିବାରୁ ଗୁରୁବାର ମଧ୍ୟରାତ୍ର ପରେ ଦିନିକିଆ ହରତାଳ ଡାକରା ଦେଇଥିଲେ।

ଏ ନେଇ ଲୁପଥାନସା ଏୟାର ଲାଇନ୍ସ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହୋଇ ପାରନ୍ତି ବୋଲି ଉଲ୍ଲେଖ କରାଯାଇଛି। ପାଇଲଟଙ୍କ ବେତନ ବୃଦ୍ଧି ଲାଗି ଆଲୋଚନା ବିଫଳ ହେବା ଯୋଗୁ ଗୁରୁବାର ମଧ୍ୟରାତ୍ର ପରେ ୨୪ଘଣ୍ଟିଆ ହରତାଳ ଆହ୍ୱାନ ଦିଆଯାଇଥିଲା। ଏଥିରେ ଉଭୟ ଯାତ୍ରୀ ଓ କାର୍ଗୋ ସେବା ପ୍ରଭାବିତ ହେବ ବୋଲି କୁହାଯାଇଥିଲା। ତେବେ ଏହା ପୂର୍ବରୁ ଗୁରୁବାର ମଧ୍ୟ ଅନେକ ଉଡାଣ ବାତିଲ ହୋଇଥିଲା।

ପାଇଲଟ ୟୁନିୟନ ତାଙ୍କର ୫ ହଜାରରୁ ଅଧିକ ପାଇଲଟଙ୍କ ବେତନରେ ୫.୫ ପ୍ରତିଶତ ଅଭିବୃଦ୍ଧି ସାଙ୍ଗକୁ ମହଙ୍ଗା ବୃଦ୍ଧି ଯୋଗୁ କ୍ଷତିପୂରଣ ଦାବି କରିଥିଲେ। ତେବେ ଲୁପଥାନସା ମୁଖପାତ୍ର ପାଇଲଟ ସଂଘଙ୍କ ସହ ଖୁବଶୀଘ୍ର ଆଲୋଚନା ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଲୁପଥାନସା ଏୟାର ଲାଇନ୍ସ କମ୍ପାନୀ କେବଳ ପାଇଲଟଙ୍କ ହରତାଳ ନୁହେଁ ପୂର୍ବରୁ ସୁରକ୍ଷା କର୍ମୀ ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ହରତାଳ ଯୋଗୁ ସମସ୍ୟାର ସମ୍ମୁଖୀନ ହୋଇଥିଲା।

ad-week
Leave A Reply

Your email address will not be published.