ପାକିସ୍ତାନ ଜେଲରୁ ୨୮ ବର୍ଷ ପରେ ଘରକୁ ବାହୁଡିଲେ କୁଲଦୀପ

ଗୁଇନ୍ଦା କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି। ଏହାପରେ ତାଙ୍କ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ପାକିସ୍ତାନ ଜେଲରେ ଯନ୍ତ୍ରଣା ସହି ବନ୍ଦୀଥିବା ଅନ୍ୟ ଭାରତୀୟ କଏଦୀଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି କୁଲଦୀପ ।

ପାକିସ୍ତାନରେ ନିଜ ଗୁରୁତ୍ୱପୂର୍ଣ ସମୟ କଟିଯିବା ପରେ ତାଙ୍କ ପାଖର ଆଉ କିଛି ନାହିଁ ।ସେ ପିନ୍ଧିିଥିବା ପୋଷାକ ମଧ୍ୟ ତାଙ୍କର ନୁହେଁ ପାକିସ୍ତାନର । ତାଙ୍କ ପାଖରେ କିଛି କା ଧନ୍ଦା ନାହିଁ । ତେଣୁ ତାଙ୍କୁ କିଛି କାମ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କୁଲଦୀପ ।

ସୂଚନା ମୁତାବକ, ମାର୍ଚ୍ଚ ୨୩, ୧୯୯୪ ରେ କୁଲଦୀପଙ୍କୁ ଗୁଇନ୍ଦା କରିବା ଅଭିଯୋଗରେ ପାକିସ୍ତାନୀ ସେନା ଗିରଫ କରିଥିଲା । ତାଙ୍କୁ ତିନି ବର୍ଷ ପାଇଁ ବନ୍ଦୀ କରି ରଖାଯାଇଥିଲା। ଏହା ପରେ ଗୁଇନ୍ଦା କରିବା ଅଭିଯୋଗରେ ଏକ ସାମରିକ କୋର୍ଟ ତାଙ୍କୁ ୨୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କୁ ୧୯୯୬ରେ କୋର୍ଟ ଲଖପାଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

ad-week
Leave A Reply

Your email address will not be published.