ଭୁବନେଶ୍ୱର ଓ ପୁରୀରେ ହେବ ସୂର୍ଯ୍ୟକିରଣ ଶୋ

add-all

ଭୁବନେଶ୍ୱର: ଓଡ଼ିଶା ଦେଖିବ ସୂର୍ଯ୍ୟକିରଣ ଶୋ। ବାୟୁସେନା ପକ୍ଷରୁ ଓଡ଼ିଶାରେ ଚିତାକର୍ଷକ ସୂର୍ଯ୍ୟକିରଣ ଶୋ ପ୍ରଦର୍ଶିତ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

ସେ କହିଛନ୍ତି, ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ଶୋ କରାଯିବ। ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀ ରାଜଭବନ ଉପରେ ଶୋ କରାଯିବ।

ପୂର୍ବରୁ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶହେ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ମହାନଦୀ କାଠଯୋଡ଼ି ପଠାରେ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ୍ ଶୋ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍କାଳିନ ରାଜ୍ୟପାଳ, ବହୁ ନେତା, ମନ୍ତ୍ରୀ ଏହି ଉତ୍ସବରେ ସାମିଲ ହୋଇଥିଲା। ସୂର୍ଯ୍ୟକିରଣ ଓ ସାରଙ୍ଗ ଏରୋବେଟିକ୍ସ ସମେତ ଆକାଶଗଙ୍ଗା ପାରାଟ୍ରୁପ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲା।

ପୁଣି ଥରେ ଏଭଳି ସୋ ଆୟୋଜିତ ହେଉଥିବା ନେଇ ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି।

ବାୟୁସେନା ବିଶେଷଜ୍ଞଙ୍କ ସୂଚନା ମୁତାବକ, ଏହି ଶୋ ଖୁବ୍ ଆକର୍ଷଣୀୟ। ଏହି ଶୋ କରିବା ନିମନ୍ତେ ତାଲିମପ୍ରାପ୍ତ ପାଇଲଟ ନିୟୋଜିତ ହେବେ। ଏହି ଶୋ ପ୍ରାୟ ୨୦ରୁ ୨୫ ମିନିଟ୍ ହୋଇଥାଏ। ଅତ୍ୟାଧୁନିକ ବ୍ରିଟିଶ ନିର୍ମିତ ଏୟାରକ୍ରାପ୍ଟ ଏହି ଶୋ କରିବ। ୯ ଜଣିଆ କିମ୍ବା ୬ ଜଣିଆ ପାଇଲଟ ଦଳ ଶୋ କରିବେ।

ad-week
Leave A Reply

Your email address will not be published.