ଖାଦ୍ୟ ବିଷକ୍ରିୟା ଘଟଣା: ପୁଅଝିଅଙ୍କ ପରେ ଚାଲିଗଲେ ମା’

add-all

ବଡ଼ମ୍ବା : ଖାଦ୍ୟ ବିଷକ୍ରିୟା ଯୋଗୁ କଟକ ଜିଲ୍ଲା ବଡ଼ମ୍ବାର ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଗତକାଲି ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ ମା’ ଆଖି ବୁଜିଛନ୍ତି। କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୋବିନ୍ଦ ପାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମୃତ ମହିଳାଙ୍କ ନାଁ ରୁପା ପାତ୍ର। ମିଳିଥିବା ସୂଚନା ମୁତାବକ, ଗୁରୁବାର ରାତିରେ ରୁପା ଚାଟ, ଘୁଗୁନି ଓ ଭାତ ପ୍ରସ୍ତୁତ କରିଥିଲେ। ତାଙ୍କ ସହିତ ସ୍ୱାମୀ ଓ ପୁଅଝିଅ ସେସବୁ ଖାଇଥିଲେ। ଏସବୁ ଖାଇବା ପରେ ରାତିରେ ସେମାନଙ୍କର  ଝାଡ଼ାବାନ୍ତି ହୋଇଥିଲା। ତେଣୁ ତା’ପରଦିନ ଅର୍ଥାତ୍ ଶୁକ୍ରବାର ସକାଳେ ସମସ୍ତେ ଅଟୋ ଯୋଗେ ନିକଟସ୍ଥ ମାଣିଆବନ୍ଧ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସମସ୍ତଙ୍କୁ କଟକ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପୁଅ ରୁଦ୍ର ପାତ୍ର (୧୦) ଓ ଝିଅ ରୁଚିକା ପାତ୍ର (୭)ଙ୍କର ଗତକାଲି ମୃତ୍ୟୁ ଘଟିଥିଲା।

ଖାଦ୍ୟ ବିଷକ୍ରିୟା ହେବା ଯୋଗୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଠିକ୍ ସମୟରେ ଚିକିତ୍ସା ନ ମିଳିବାରୁ ତିନିଟି ଜୀବନ ଚାଲିଯାଇଥିବା ଆଲୋଚନା ହେଉଛି।

ad-week
Leave A Reply

Your email address will not be published.