ଆସନ୍ତାକାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବେ ୫୦ ହଜାର ଲୋକ

add-all

ଭୁବନେଶ୍ୱର : ସେପ୍ଟେମ୍ୱର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଓଡ଼ିଶାକୁ ଫେରିବେ। ଏଥିପାଇଁ ତାଙ୍କୁ ସ୍ୱାଗତ କରିବାକୁ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ। ଏଥିପାଇଁ ରୁଟ ଲାଇନିଂ ଆରଞ୍ଜମେଣ୍ଟ ହୋଇଛି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ପାର୍କିଂ ପାଇଁ ଏକାଧିକ ସ୍ଥାନ ନିଆଯାଇଛି।

ଅଧିକ ଭିଡ଼ ଯୋଗୁଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ୮ ଜଣ ଏଡିସିପି, ୧୬ ଜଣ ଏସିପି ରହିବେ। ଅନ୍ୟପଟେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବ। ୩ଟି ଜାଗାରେ ପାର୍କିଂ ବ୍ୟବସ୍ଥା ରହିବ। ରାଜଧାନୀ ଚିକିତ୍ସାଳୟ ପାଖ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପାଖରେ ପାର୍କିଂ କରାଯିବ।

ଅନ୍ୟପଟେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଟୁଇଟ୍‌ କରି କହିଛନ୍ତି ‘ଆସନ୍ତାକାଲି ୦୬.୯.୨୨ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରବଳ ଜନସମାଗମ ହେବ। ଏହି ଜନ ସମାଗମ ସକାଳ ୮ରୁ ଅପରାହ୍ଣ ୧ ଘଟିକା ପର୍ଯ୍ୟନ୍ତ ରହିବ। ବିମାନଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ,ସେମାନେ ନିର୍ଦ୍ଧାରିତ ସମୟର ୩ଘଣ୍ଟା ଆଗରୁ ବିମାନ ବନ୍ଦରରେ ପହଞ୍ଚନ୍ତୁ।

ad-week
Leave A Reply

Your email address will not be published.