ଗଣେଶ ମୂର୍ତ୍ତି ଭଷାଣି ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର

add-all

କୁଆଖିଆ:ଗଣେଷ ପୂଜା ଭଷାଣି ସମୟରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଧର୍ମଶାଳା ଥାନା ବାରବାଟି ନିକଟ ବେତଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ରବିବାର ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ନ୍ୟୁ ଜେନେରେସନ କ୍ଲବର ଯୁବକମାନେ ଗଣେଷ ଭଷାଣି ଶୋଭାଯାତ୍ରାରେ ଯାଇଥିଲେ।

ଗଣେଶ ପୂଜା ଭଷାଣି ଚାଲିଥିବା ବେଳେ ଡିଜେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ୫ରୁ ୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିଲେ।

ସଂଗେ ସଂଗେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଘଟଣାର ତଦନ୍ତ ନିମନ୍ତେ ରସୁଲପୁର ତହସିଲଦାର ଓ ଧର୍ମଶାଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.