‘ଭାରତ ଯୋଡ଼ୋ’ ଅଭିଯାନରେ ଓଡ଼ିଶା କଂଗ୍ରେସରୁ ୧୦୦ ପ୍ରତିନିଧି ସାମିଲ ହେବେ: ପିସିସି ସଭାପତି

add-all

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ। 

ସେ କହିଛନ୍ତି, ଏହା ବଡ଼ ଜନସଂପର୍କ ପଦଯାତ୍ରା। ଏହା ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ହେବ। ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟରକୁ କଭର କରାଯିବ। ଏହି ପଦଯାତ୍ରାରେ ୩୦% ମହିଳା ସାମିଲ ହେବେ। bharatjodojatra.in ୱେବସାଇଟରେ ଏହାର ସିଧା ପ୍ରସାରଣ ହେବ। ଅର୍ଥନୀତି ବ୍ୟବସ୍ଥା ଭୁଶୁଡ଼ି ଯାଇଛି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବୁ। ଲୋକଙ୍କୁ ସଚେତନ କରେଇବୁ। ତାସହ ଲୋକଙ୍କ ସମସ୍ୟା ଶୁଣିବୁ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ମଧ୍ୟ ଏହି ପଦଯାତ୍ରା ହେବ। ଓଡ଼ିଶା କଂଗ୍ରେସରୁ ୧୦୦ ଜଣ ପ୍ରତିନିଧି ଯିବେ। ସେମାନେ ଓଡ଼ିଶାରୁ ପାଣି ଓ ମାଟି ନେଇ ‘ଭାରତ ଯୋଡ଼ୋ’ ଅଭିଯାନରେ ସାମିଲ ହେବେ।

ad-week
Leave A Reply

Your email address will not be published.