ରାସ୍ତା ପାର୍ଶ୍ୱରେ ପଡ଼ିଛି ୭୦ରୁ ଊର୍ଦ୍ଧ୍ୱ ଘୁଷୁରୀଙ୍କ ମୃତଦେହ

add-all

ଭଦ୍ରକ: ରାସ୍ତା ପାର୍ଶ୍ୱରେ ପଡ଼ିଛନ୍ତି ଘୁଷୁରୀ। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୭୦ରୁ ଅଧିକ ଘୁଷୁରୀଙ୍କ ମୃତଦେହ। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ୭୦ରୁ ଅଧିକ ଘୁଷୁରୀ ମରି ପଡ଼ିଛନ୍ତି।

ଘୁଷୁରୀଙ୍କୁ କେହି ଖାଦ୍ୟରେ ବିଷ ଦେଇ ମାରିଥାଇପାରନ୍ତି କିମ୍ବା ଘାସକୁ ମାରିବା ପାଇଁ ସଞ୍ଚନ ହୋଇଥିବା ବିଷ ଘାସକୁ ଖାଇଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଘୁଷୁରୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରବିବାର ଘୁଷୁରୀଙ୍କୁ ଚରାଉଥିଲେ ତାଙ୍କ ମାଲିକ। ହେଲେ ଆଜି ସକାଳେ ରାସ୍ତା ମଝିରେ ୭୦ରୁ ଅଧିକ ଘୁଷୁରୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ହେଲେ ଘଟଣା ସ୍ଥଳରୁ ଘୁଷୁରୀ ମାଲିକ ଫେରାର ଥିବା ଜଣାପଡିଛି। ତାଙ୍କ ଠିକଣା ମଧ୍ୟ ଜଣାପଡ଼ି ନାହିଁ।

ad-week
Leave A Reply

Your email address will not be published.