କର୍ମଚାରୀଙ୍କୁ ଛଟେଇ କରି ୧୮ ମହଲାରୁ ଡେଇଁ ପଡିଲେ ସିଏଫ୍‌ଓ

add-all

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଛଟେଇ କରିବା କୌଣସି କମ୍ପାନୀ ପାଇଁ ନୂଆ କଥା ନୁହେଁ। ପ୍ରତି ବର୍ଷ ହଜାର ହଜାର କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡେ। କ୍ଷତି ସହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଛଟେଇ କରିବାକୁ ବାଧ୍ୟ ହୁଅନ୍ତି। ନିକଟରେ ‘ବେଡ୍‌ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀ ମଧ୍ୟ ତା’ର ନିଜର ଅନେକ ଷ୍ଟୋର ବନ୍ଦ କରିବା ପରେ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିଛି। ତେବେ ଛଟେଇ କରିବା ପରେ କମ୍ପାନୀର ଚିଫ ଫାଇନାନ୍ସିଆଲ ଅଫିସର୍‌ ତଥା ସିଏଫ୍‌ଓ ୧୮ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ଆମେରିକାର ମେନ୍‌ହଟନ୍‌ ସ୍ଥିତ ‘ବେଡ୍‌ ବାଥ ଆଣ୍ଡ ବିୟଣ୍ଡ’ କମ୍ପାନୀର ସିଏଫ୍‌ଓ ଗୁସ୍ତାଭୋ ଅର୍ଣ୍ଣେଲ। ସେ ଶୁକ୍ରବାର ଜେଙ୍ଗା ଟାୱାର୍‌ର ୧୮ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ରିଟେଲ୍‌ କମ୍ପାନୀ ଦ୍ୱାରା କିଛି ଷ୍ଟୋର୍‌ ବନ୍ଦ କରିବା ଓ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିବା ପରେ ସେ ଏହାକୁ ସହି ପାରିନଥିଲେ। ତେଣୁ ଡିପ୍ରେସନରେ ଆସି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି। କିନ୍ତୁ ପ୍ରକୃତ କାରଣ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି।
ପୁଲିସ କହିବା ମୁତାବକ, ୫୨ ବର୍ଷୀୟ ଗୁସ୍ତାଭୋ ଶୁକ୍ରବାର ଦିନ ଜେଙ୍ଗା ଟାୱାର୍‌ ନିକଟରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ୧୮ ମହଲାରୁ ତଳକୁ ଡେଇଁବା ପରେ ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆର୍ନେଲଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ଅର୍ନଲ କାମ କରୁଥିବା କମ୍ପାନୀର ଆର୍ଥିକ ଅବସ୍ଥା ଭଲ ନଥିଲା। କମ୍ପାନୀ ଦେବାଳିଆରେ ଚାଲିଥିଲା। ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ କମ୍ପାନୀ ଗତ ସପ୍ତାହରେ ୧୫୦ଟି ସ୍ଥାନରେ ପାଖାପାଖି ୨୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। କମ୍ପାନୀର ଷ୍ଟକ୍‌ ମୂଲ୍ୟ ବୃଦ୍ଧି କରିବା ସମ୍ପର୍କତି ଏକ ଅଭିଯୋଗ ଅର୍ନଲଙ୍କ ଉପରେ ଲାଗିଥିବା। ସେ ଏହି ମାମରେ ଆଇନଗତ ଲଢେଇ ମଧ୍ୟ ଲଢ଼ୁଥିଲେ।
୨୦୨୦ରେ ଆର୍ନେଲ ‘ବେଡ୍‌ ବାଇ ଆଣ୍ଡ ବିୟଣ୍ଡ’ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କସମେଟିକ ବ୍ରାଣ୍ଡ ‘ଆଭନ’ର CFO ଥିଲେ। ପ୍ରୋକ୍ଟର୍ ଆଣ୍ଡ୍ ଗେମ୍ବଲ ସହିତ ଆର୍ନେଲଙ୍କର ୨୦ ବର୍ଷର ଅଭିଜ୍ଞତା ମଧ୍ୟ ଥିଲା।

ad-week
Leave A Reply

Your email address will not be published.