ଗୁଣିଗାରେଡି ସନ୍ଦେହରେ ତିନି ମହିଳାଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

add-all

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଏକ ଗାଁରେ ଟ୍ରିପଲ ମର୍ଡର ଘଟଣା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁଣିଗାରେଡି କରୁଥିବାର ସନ୍ଦେହ କରି ଏହି ଗାଁର କିଛି ଲୋକ ତିନିଜଣ ମହିଳାଙ୍କୁ ପିଟିପିଟି ହତ୍ୟା କରିଛନ୍ତି | ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପୁଲିସ ଅଧୀକ୍ଷକ କୌଶଳ କିଶୋର ମଙ୍ଗଳବାର କହିଛନ୍ତି ଯେ ସୋନାହପୁଟ ପୁଲିସ ଷ୍ଟେସନ ଅନ୍ତର୍ଗତ ରଣଡିହ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା | ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଜଣେ ମହିଳାଙ୍କ ସ୍ୱାମୀ ଏବଂ ପୁଅଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି |
ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫ ଜଣଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଚଳାଇଛି | ପୁଲିସ କହିଛି ଯେ ଗାଁର କିଛି ଲୋକ ତିନିଜଣ ମହିଳାଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଗ୍ରାମବାସୀ ସନ୍ଦେହ କରିଥିଲେ ଯେ ଏହି ତିନିଜଣ ମହିଳା ଗୁଣିଗାରେଡି କରୁଛନ୍ତି । ଆଉ ଏହାପରେ ଗ୍ରାମର କିଛି ଲୋକ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ | ୩ ଜଣ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ଓ ମହିଳାଙ୍କ ମୃତ୍ୟୁ ପରେ ଏହି ଲୋକମାନେ ମୃତଦେହକୁ ଗାଁ ନିକଟ ପାହାଡରେ ଫିଙ୍ଗିଦେଇଥିଲେ।
ରବିବାର ଦିନ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସୋମବାର ତୃତୀୟ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ କହିଛି ଯେ ହତ୍ୟା କରାଯାଇଥିବା ଜଣେ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଉ ମହିଳାଙ୍କ ହତ୍ୟାକାଣ୍ଡରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ହାତ ଥିବାର ସନ୍ଦେହ କରାଯାଉଛି | ଉଲ୍ଲେଖ ଥାଉ କି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଅନୁଯାୟୀ ୨୦୦୧ ରୁ ୨୦୨୦ ମଧ୍ୟରେ ଗୁଣିଗାରେଡି ସନ୍ଦେହରେ ମୋଟ ୫୯୦ ଜଣଙ୍କୁ ହତ୍ୟା କରାଯାଇଛି |

ad-week
Leave A Reply

Your email address will not be published.